ଗୁଜୁରାଟରେ କରୋନାର ଭୟଙ୍କର ରୂପ : ସୁସ୍ଥ ହେବା ପରେ ହେଉଛି ଅଚାନକ ମୃତ୍ୟୁ; ହୃଦଘାତ ଓ ବ୍ରେନଷ୍ଟ୍ରୋକ୍ରେ ଯାଉଛି ଅଧିକାଂଶ ରୋଗୀଙ୍କ ଜୀବନ, କ୍ଷତି ପହଁଚାଉଛି ଭୂତାଣୁର ଅବଶେଷ

598

କନକ ବ୍ୟୁରୋ : ଗୁଜୁରାଟରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଚାନକ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ରାଜ୍ୟ ସରକାର, ଡାକ୍ତର ଓ ବିଶେଷଜ୍ଞଙ୍କ ଚିନ୍ତା ବଢାଇଦେଇଛି । ସବୁଠାରୁ ବଡ କଥା ହେଲା, ପ୍ରାଣ ହରାଇଥିବା ଅଧିକାଂଶ ରୋଗୀ ବ୍ରେନଷ୍ଟ୍ରାକ ଓ ହୃଦଘାତରେ ପ୍ରାଣ ହରାଉଛନ୍ତି । ନିକଟରେ ସୁରତରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଜଣେ ୭୦ ବର୍ଷିୟା ରୋଗୀ ହେମିବେନ୍ ଚୋବାତିଆଙ୍କୁ ଡିସଚାର୍ଜ କରାଯାଇଥିଲା । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଡାକ୍ତରମାନେ ହସପିଟାଲରୁ ଡିସଚାର୍ଜ କରି ଘରକୁ ପଠାଇଥିଲେ । କିନ୍ତୁ ଘରକୁ ଯିବା ପରେ ସେ ପ୍ରାଣ ହରାଇଥିଲେ । କେବଳ ଏହି ମାମଲା ନୁହେଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି ।

ଡାକ୍ତରଙ୍କ କହିବା କଥା, ଆରୋଗ୍ୟ ହେବାର ଅନେକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ପ୍ରତି ରକ୍ତ ଜମାଟ ବାନ୍ଧିବାର ବିପଦ ରହୁଛି । ଏହି କାରଣରୁ ଅନେକ ରୋଗୀଙ୍କ ଅଚାନକ ହୃଦଘାତ କିମ୍ବା ବ୍ରେନ ଷ୍ଟ୍ରୋକରେମୃତ୍ୟୁ ହେଉଛି । ଏହା ଗୁଜରାଟ ସରକାରଙ୍କ ଚିନ୍ତାକୁ ବଢାଇଦେଇଛି । ଲୋକେ ବି ଭୟଭୀତ ହୋଇପଡିଛନ୍ତି । ରିପୋର୍ଟ ନେଗେଟିଭ ଆସିବା ପରେ ବି ଶରୀର ଉପରେ ଭୂତାଣୁର ପ୍ରଭାବ ରହିଛି । ତେଣୁ ଡାକ୍ତରମାନେ କରୋନା ଭୂତାଣୁ ପ୍ରଭାବରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଉଛନ୍ତି ।