କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ୪ ବଖରା ଘର ସହ ଗୋଟିଏ କ୍ୟାବିନ ପୋଡି ପାଉଁଶ ହୋଇଯାଇଛି । ଏହି ଘରେ ଥିବା ୨୦୦ ପାରା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧ ଟା ସମୟରେ ରାଜନଗର ଗାଁର ଅଭିରାମ ମହାନ୍ତିଙ୍କ ଅଣ୍ଡା ଦୋକାନରେ ହୁ ହୁ ହୋଇ ନିଆଁ ଜଳିଥିଲା । ଲୋକେ ନିଆଁ ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ନିଦରୁ ଉଠିଲା ବେଳକୁ ନିଆଁ ଘରକୁ ବ୍ୟାପି ସାରିଥିଲା ।
ସବୁଠୁ ବଡ଼ କଥା ହେଲା ଅଭିରାମଙ୍କ ପୁଅ ସନାତନ ୨୦୦ ପାରା ରଖିଥିଲେ । ମାତ୍ର ବିଦ୍ୟୁତ କାରଣରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘର ଭିତରକୁ ପଶି ହୋଇନଥିଲା କିମ୍ବା ପାରାମାନଙ୍କୁ ମୁକ୍ତ କରାଯାଇ ପାରି ନଥିଲା । ଅଭିରାମ ଅଣ୍ଡା ବ୍ୟବସାୟ କରି ପରିବାର ଭରଣ ପୋଷଣ କରନ୍ତି । ଏକା ସମୟରେ ଜୀବିକା ସହିତ ବାସଗୃହ ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଥିବାରୁ ସେ ଚିନ୍ତିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/8-5.jpg)