କନକ ବ୍ୟୁରୋ: ନିଆଁ ଗିଳି ଦେଲା ସବୁ କିଛି । ପୋଡା ପାଉଁଶ ତଳୁ ସାଇତା ସାମଗ୍ରୀ ଖୋଜୁଛନ୍ତି ଅଗ୍ନି ବିପନ୍ନ । ଆଖି ପିଛୁଳାକେ ଜଳିଯାଇଛି ଗୋଟିଏ ଅଭାବୀ ପରିବାରର ସାଇତା ସମ୍ପତ୍ତି । ଜୀବନ ଯାକର ପୁଂଜିକୁ ପୋଡି ପାଉଁଶ କରିଦେଇଛି ନିଆଁ । ଅଗ୍ନିକାଣ୍ଡରେ ସର୍ବସ୍ୱ ଜଳିଯିବା ପରେ ବେସାହାରା ହୋଇଯାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁଆଁରପାଳ ଗାଁର ପହଲି ବେହେରାଙ୍କ ପରିବାର । ପହଲିଙ୍କର ୩ ବଖରା ଘର ପୋଡିଯାଇଛି । ନିଆଁ ଲାଗିବା ବେଳେ ଘରର ସଦସ୍ୟମାନେ କେବଳ ଜୀବନ ବଞ୍ଚାଇ ବାହାରକୁ ଚାଲିଆସିଥିଲେ । ଆଉ ଆଖିଆଗରେ ଜଳିଯାଇଛି ସାଇତା ହୋଇ ରହିଥିବା ଧାନ-ଚାଉଳ, ବିରି-ମୁଗ, ଟଙ୍କା, ସୁନା ଗହଣା ସବୁକିଛି । ଜୀବନଜାକର ପୁଞ୍ଚି ପୋଡି ପାଉଁଶ ହୋଇଯାଇଥିବା ବେଳେ ପୋଡା ପାଉଁଶ ତଳୁ ସାମଗ୍ରୀ ସାଉଣ୍ଟୁଛନ୍ତି ବିପନ୍ନ ପରିବାର ।

Advertisment