ପୁଣେ ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୱାସିଂ ୟାର୍ଡ଼ରେ ଥିବା ଟ୍ରେନ୍ କୋଚ୍

161

କନକ ବ୍ୟୁରୋ: ପୁଣେ ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ୱାସିଂ ୟାର୍ଡରେ ଥିବା ବେଳେ ସଂପୂର୍ଣ୍ଣ ଜଳିଗଲା ଗୋଟିଏ କୋଚ । ଅନ୍ୟ ୨ଟି କୋଚ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାତି ପ୍ରାୟ ୨ଟାରେ ଟ୍ରେନରେ ଲାଗିଥିଲା ନିଆଁ । କେହି କିଛି ବୁଝିବା ଆଗରୁ କୋଚଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଘଟଣା ଜଣାପଡ଼ିବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ରେଳ କର୍ମଚାରୀ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଅଗ୍ନିଶମ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ଚାଲିଛି ।