କନକ ବ୍ୟୁରୋ : ମହାରାଷ୍ଟ୍ରର ପୁନେର କୁରକୁମ୍ଭ ଅଂଚଳରେ ଏକ ରୟାସନିକ କାରଖାନାରେ ଅଗ୍ନିକାଣ୍ଡ । ଆଜି ବଡି ଭୋରରୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ । ନିଆଁ ଲାଗିବା ପରେ ଆଖପାଖ ଅଂଚଳକୁ ପୁରା ବ୍ୟାପିଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ରସାୟନିକ ସାମଗ୍ରୀ ଏଥିରେ ନଷ୍ଟ ହୋଇଛି ।
ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡିଛି । ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/3.jpg)