ସମ୍ବଲପୁରର ପିଚୁ କାରଖାନାରେ ଭୟଙ୍କର ନିଆଁ : ଜଳିପଡି ପାଉଁସ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି; କାବୁ କରିବାକୁ ୪ଟି ଦମକଳବାହିନୀକୁ ଲାଗିଗଲା ୪ ଘଂଟାରୁ ଅଧିକ ସମୟ

161

କନକ ବ୍ୟୁରୋ : ସମ୍ବଲପୁରରେ ପିଚୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ୪ଟି ଦମକଳ ବାହିନୀ ୪ ଘଂଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ ହୋଇଥିଲା । ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା ।

ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଭୟଙ୍କର ରୂପ ଧାରଣ କରିଥିଲା ନିଆଁ । ସମ୍ବଲପୁରର ୩ଟି ଦମକଳ ୟୁନିଟ୍ ଏବଂ ମାନେସରର ଗୋଟିଏ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ସୂଚନା ନାହିଁ ।