କନକ ବ୍ୟୁରୋ: ଯାଜପୁର ରୋଡ ସ୍ଥିତ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଗୋଦାମ ଘର, ଗୋଟିଏ ଟ୍ରାକ୍ଟର ଓ ପିକଅପ ଭ୍ୟାନ । ନିଆଁ ଲିଭାଇବା ପାଇଁ ୩ଟି ଦମକଳବାହିନୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପ୍ୟୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ନିଆଁଲିଭା କାର୍ୟ୍ୟ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦମକଳ ବାହିନୀ ଓ ପୋଲିସ୍ ପ୍ରଶାସନ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।