ଗଂଜାମ ବଡଗଡରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ୨ ଗୁରୁତର; ଭିଡୁଥିବା ବେଳେ ଫୁଟିଲା ବାଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ସେରଗଡ ଡାକ୍ତରଖାନାରେ ଭର୍ତ୍ତି

2,131

କନକ ବ୍ୟୁରୋ : ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା କେ. ଭୀମପୁର ଗାଁରେ । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକଜଣକ ହେଲେ ବୁଲୁ ମଲ୍ଲିକ । ଗୁରୁତର ଦୁଇଜଣଙ୍କୁ ମେଡିକାଲ ନିଆଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି ।