ଅପହରଣ କରିଥିବା ପୁଲିସ୍ ପରିବାରର ସଦସ୍ୟଙ୍କୁ ମୁକ୍ତ କଲା ଆତଙ୍କବାଦୀ ସଂଗଠନ ।

ଅପହରଣ କରିଥିବା ପୁଲିସ୍ ପରିବାରର ସଦସ୍ୟଙ୍କୁ ମୁକ୍ତ କଲା ଆତଙ୍କବାଦୀ ସଂଗଠନ ।

http://thekashmirscenario.com

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସଙ୍କ ପରିବାରର ସଦସ୍ୟମାନଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ମୁକ୍ତ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ହିଜ୍ବୁଲ୍ ମୁଜାହିଦ୍ଦିନର ଅପରେସନାଲ କମାଣ୍ଡର ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ଜମ୍ମୁ- କଶ୍ମୀର ପୁଲିସ୍ ପୁଲଓ୍ଵାମା ଜିଲ୍ଲାରୁ ଗତ ବୁଧବାର ଗିରଫ କରି ନେଇଥିଲା। ଏହି ଘଟଣାପରେ ଆତଙ୍କବାଦୀ ଗୋଷ୍ଠୀ ପ୍ରତିହିଂସା ପରାୟଣ ହୋଇ ଗତ ଗତ ଗୁରୁବାର ରାତିରେ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନର ୩ଜଣ ଅଧିକାରୀଙ୍କ ସମେତ ସେମାନଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କୁ ଦକ୍ଷିଣ କଶ୍ମୀରରୁ ଅପହରଣ କରିନେଇଥିଲେ। ତେବେ, ପୁଲିସ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବୁଝାମଣା ହେବାପରେ ଆତଙ୍କବାଦୀମାନେ ଏମାନଙ୍କୁ ଗତ ରାତିରେ ମୁକ୍ତ କରି ଦେଇଥିବା କୁହାଯାଉଛି। ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ପୁଲିସ୍ କର୍ମଚାରୀ, ଜଣେ ଏସପିଓ ଓ ପୁଲିସ୍ ପରିବାରର ୧୧ ଜଣ ସଦସ୍ୟ।

publive-imageଗରୁବାର ରାତିରେ ପୁଲିସ୍ ଅଧିକରୀମାନଙ୍କର ପରିବାର ସଦସ୍ୟମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେବା ପରେ ଶୁକ୍ରବାର ସକାଳୁ ଆତଙ୍କବାଦୀ ରିଆଜ ନାଇକୋ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନକୁ ସୋସିଆଲ ମିଡିଆରେ ଖୋଲା ଧମକ ଦେଇ କହିଥିିଲା ଯେ ଜମ୍ମୁ- କଶ୍ମୀର ପୁଲିସ୍ ଆମକୁ ଏପରି କରିବାକୁ ବାଧ୍ୟ କରିଛି। ଯଦି କୌଣସି ପ୍ରକାର ହିଂସାରେ ସଂପୃକ୍ତ ନଥିବା ଆମ ପରିବାର ସଦସ୍ୟଙ୍କୁ ତୁମେ ଯଦି ବିନା କାରଣରେ ଗିରଫ କରିବ, ତେବେ ଆମେ ମଧ୍ୟ ତୁମ ପରିବାର ସଦସ୍ୟଙ୍କୁ ବିନା କାରଣରେ ଅପହରଣ କରିବୁ। ‘ଆମେ ବି ଗୋଟେ ଆଖି ବଦଳରେ ଗୋଟେ ଆଖି ଓ ଗୋଟେ କାନ ବଦଳରେ ଗୋଟେ କାନ ନେବୁ’, ବୋଲି ଖୋଲା ଧମକ ଦେଇଥିଲା ରିଆଜ।

ରିଆଜର ଧମକ ମିଳିବା ପରେ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା। ପରେ ଉଚ୍ଚ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହେବା ପରେ ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ଶୁକ୍ରବାର ଅପରାହ୍ଣରେ ମୁକ୍ତ କରି ଦେଇଥିଲା ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe