ବିଏମସିର ନୂଆ ଗାଇଡ଼ଲାଇନକୁ ଜୋରଦାର ବିରୋଧ : ସରକାର ନ ମାନିଲେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବୁ

294

କନକ ବ୍ୟୁରୋ : ଆଗକୁ ଶୀତଋତୁ ଆସିଛି । ବିବାହ, ବ୍ରତ, ଶୁଦ୍ଧିକ୍ରିୟା ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । କରୋନାର ପ୍ରଥମ ଲହର, ଦ୍ୱିତୀୟ ଲହର ପାଇଁ ଦୁଇବର୍ଷ ଧରି କ୍ୟାଟରିଂ, ଡିଜେ, ଲାଇଟ୍ ଆଣ୍ଡ ସାଉଣ୍ଡ ଆଦି ବ୍ୟବସାୟରେ ଅନେକ କ୍ଷତି ହୋଇଥିଲା । ଦୁଇବର୍ଷ ଧରି ସେମାନେ ଅଣ୍ଟା ସଳଖି ଠିଆ ହେବା ମଧ୍ୟ କଷ୍ଟକର ହୋଇପଡିଥିଲା । ବର୍ତ୍ତମାନ ତାଙ୍କ ବ୍ୟବସାୟ ଧୀରେ ଧୀରେ ଠିକ୍ ହେଉଥିବା ବେଳେ ପୁଣି ଥରେ ବିଏମସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇଡ୍ ସେମାନଙ୍କ ଚିନ୍ତାର କାରଣ ପାଲଟିଛି ।

ଯଦି ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ୫୦ଜଣରେ ସୀମିତ ରୁହେ ତାହାଲେ କେମିତି ବ୍ୟବସାୟ କରିବେ, ପରିବାରକେମିତି ଚଳିବ । ଏହାରି ପୁଣି ଥରେ ସେହି ପୁରୁଣା ବିବାଦ ସାମ୍ନାକୁ ଆସିଛି । ଜୀବନ ନା ଜୀବିକା, କେଉଁଟା ଗୁରୁତ୍ୱପୂର୍ଣ୍ଣ । ଆଗକୁ ବିବାହ, ବ୍ରତଘର ଥିବାରୁ ଗ୍ରାହକଙ୍କ ପକ୍ଷରୁ ଆଡଭାନ୍ସ ଦିଆସରିଛି । ଏବେ ଗାଇଡଲାଇନରେ ନୂଆ ନିୟମ ପାଇଁ ସେମାନେ ଆଡଭାନ୍ସ ଫେରାଇ ନେବାକୁ ବାରମ୍ବାର ଫୋନ୍ କରୁଛନ୍ତି । ଏମିତି ହେଲେ ବ୍ୟବସାୟରେ ବଡ କ୍ଷତି ସହିବେ ବ୍ୟବସାୟୀ । ଗ୍ରାହକଙ୍କ କହିବାନୁଯାୟୀ, ଭୋଜି ଦେବେ, ପଇସା ଖର୍ଚ୍ଚ କରିବେ, ପୋଲିସ ବାନ୍ଧି ନେବ ତେବେ କାହିଁକି ସେମାନେ ଭୋଜି ଦେବେ । ଏପଟେ, ଭୋଜି ନ ହେଲେ ବ୍ୟବସାୟ କେମିତି ହେବ, ପରିବାର କେମିତି ଚଳିବ ? ନିକଟରେ ପିପିଲି ନିର୍ବାଚନରେ ସେଲିବ୍ରେସନ୍ ହେଲା । ବିନା ମାସ୍କରେ, ବିନା ସାମାଜିକ ଦୂରତାରେ ସେଲିବ୍ରେସନ୍ ହେଲା । ତାହାଲେ ଆମ ପାଇଁ କାହିଁକି ଏହି ନିୟମ । ଯଦି ଏହି ଗାଇଡଲାଇନରେ ପରିବର୍ତ୍ତନ ନ ହୁଏ ତାହାଲେ ଆମେ କିରୋସିନି ଢାଳି ଆତ୍ମାହୁତି ଦେବୁ ।