ଏଲଏସିରେ ବଢ଼ିଲା ଉତ୍ତେଜନା : ସୀମାରେ ପରସ୍ପର ଉପରକୁ ଗୁଳିମାଡ କଲେ ଭାରତୀୟ ଓ ଚୀନ ସେନା; ୧୯୭୫ ପରେ ପ୍ରଥମ ଘଟଣା

Advertisment
ଏଲଏସିରେ ବଢ଼ିଲା ଉତ୍ତେଜନା : ସୀମାରେ ପରସ୍ପର ଉପରକୁ ଗୁଳିମାଡ କଲେ ଭାରତୀୟ ଓ ଚୀନ ସେନା; ୧୯୭୫ ପରେ ପ୍ରଥମ ଘଟଣା

କନକ ବ୍ୟୁରୋ : ସୀମାରେ ଜାରି ବିବାଦ ଭିତରେ ପୂର୍ବ ଲଦାଖ ସେକ୍ଟରର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ସେନାର ଶୀର୍ଷ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏଲଏସିରେ ଦୁଇ ଦେଶର ସୈନିକ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ଏବଂ ସ୍ଥିତିକୁ ସାମାନ୍ୟ କରିବା ପାଇଁ ଉଭୟ ଦେଶର ସୈନ୍ୟ ଓ କୁଟନୈତିକ ସ୍ତରରେ ସ୍ଥିତି ଉଦ୍ୟମ ଚାଲିଛି । କିନ୍ତୁ ଏଭଳି ସମୟରେ ଦୁଇ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । କୁହାଯାଉଛି ୧୯୭୫ ମସିହା ପରେ ଏହା ପ୍ରଥମ ଘଟଣା । ସୂଚନା ଅନୁସାରେ ଚୀନ ସେନା ଭାରତୀୟ ଅଂଚଳକୁ ଗୁଳିମାଡ କରିଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଚୀନ ସେନା ଉପରକୁ ଗୁଳିମାଡ କରିଥିଲେ ।publive-image

ଅନ୍ୟପଟେ ଚୀନ ପିପୁଲସ ଲିବରେସନ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣର ପ୍ରବକ୍ତା କର୍ଣ୍ଣଲ ଝାଙ୍ଗ ସୁଇଲି କହିଛନ୍ତି ସୋମବାର ଭାରତୀୟ ସେନା ଅବୈଦ୍ଧ ଭାବେର ଫେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋନପାଓ ପାହାଡରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିଥିଲେ । ଏବଂ ଭାରତୀୟ ସୈନିକମାନେ ସୀମାରେ ଉସକାଇବା ଭଳି କାର୍ଯ୍ୟ କରିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ ସେନା ପକ୍ଷରୁ ଗୁଳିମାଡ କରାଯାଇଥିଲା । । ଭାରତୀୟ ସେନାର ସୂଚନା ଅନୁସାରେ ସର୍ତକ କରିବା ପାଇଁ ଗୁଳିମାଡ କରାଯାଇଥିଲା । ଯେବେଠାରୁ ଚୀନ ସେନା କାଲାଟପ୍ ଓ ହେଲମେଟ ଟପ୍କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଓ ଏହି ଦୁଇ ସ୍ଥାନର ଶିଖର ଅଂଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଆଗକୁ ବଢ଼ୁଛି, ସେବେଠାରୁ ଭାରତୀୟ ସେନା ସତର୍କ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe