ଭାରତ-ଚୀନ ସୀମାରେ ଉତେଜନା ପ୍ରସଙ୍ଗ : ଆଜି କମାଣ୍ଡର ସ୍ତରୀୟ ଷଷ୍ଠ ବୈଠକ , ସେପଟେ ବେଜିଂକୁ କଡା ସଙ୍କେତ; ବୈଠକ ପୂର୍ବରୁ ଲଦ୍ଦାଖର ଏଲଏସିରେ ଉଡିଲା ରାଫେଲ

546

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଉତେଜନା କମିବାର ନାଁ ନେଉନାହିଁ । ଅମାନିଆ ଚୀନ ଯୋଗୁଁ ଏଲଏସିରେ ମାହୋଲ ଗରମ ରହିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ ଭାରତୀୟ ସୈନ୍ୟ ଡ୍ରାଗନକୁ କଡା ଜବାବ ଦେଇଛି । ବର୍ତମାନର ଚୀନ ସେନାର ଭୟ ଆହୁରି ବଢିଯାଇଛି । କାରଣ, ଲଦ୍ଦାଖର ଏଲଏସିରେ ଉଡିଛି ରାଫେଲ ।

ମିଳିଥିବା ଖବର ଅନୁସାରେ, ରବିବାର ଦିନ ସୀମାରେ କିଛି ମିରାଜ ବିମାନ ଉଡିଛି । ରାଫେଲ ଅମ୍ବାଲା ଏୟାରବେସରୁ ଲଦ୍ଦାଖ ଯାଏଁ ଉଡାଣ ଭରିଛି । ଲଦ୍ଦାଖର ଜଳବାୟୁ ଓ ପରିବେଶ ସମ୍ପର୍କରେ ଜାଣିବା ପାଇଁ ରାଫେଲ ପାଇଲଟ ଏଭଳ ିଉଡାଣ କରିଛନ୍ତି ।