ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା। ପାକ ସେନା ଓ ତେହେରିକ-ଏ-ତାଲିବାନ ମଧ୍ୟରେ ଗୁଳିମାଡ।

148

କନକ ବ୍ୟୁରୋ: ଖାଦ୍ୟ ଓ ଆର୍ଥିକ ସଙ୍କଟ ଭିତରେ ଆତଙ୍କୀ ଆକ୍ରମଣକୁ ନେଇ ଚିନ୍ତାରେ ପାକିସ୍ତାନ ସରକାର । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ପାକ୍ ସେନା ଓ ଆତଙ୍କୀ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ଭିତରେ ଉତ୍ତେଜନା । ସୋମବାର ସକାଳୁ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ପାକ୍ ସେନା୍ ଓ ତାଲିବାନୀଙ୍କ ଭିତରେ ସକାଳୁ ଫାୟାରିଂ ଜାରି ରହିଛି । ଏଥିରେ ଉଭୟ ପକ୍ଷର ଏକାଧିକ ଲୋକେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ଆଫଗାନିସ୍ତାନର ଜଣେ ସାମ୍ବାଦିକଙ୍କ ସୂଚନା ଅନୁସାରେ ପାକିସ୍ତାନର ତୋରଖମଗେଟ୍ ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ସକ୍ରିୟ ଥିବା ତେହରିକେ ତାଲିବାନ ପାକିସ୍ତାନ, ପୋଲିସକୁ ଧମକ ଦେଇଥିଲା । ସେନା ଓ ସେମାନଙ୍କ ଲଢେଇ ଭିତରେ ନ ଆସିବାକୁ ପାକ୍ ପୋଲିସଙ୍କୁ ଧମକ ଦେଇଥିଲା ଆତଙ୍କୀ ସଙ୍ଗଠନ ତେହରିକେ ତାଲିବାନ ପାକିସ୍ତାନ । ସେପଟେ ପାକିସ୍ତାନକୁ ଲାଗି ରହିଥିବା ସୀମାକୁ ତାର୍ଖମ ସୀମାକୁ ବନ୍ଦ କରିଛି ତାଲିବାନ । ଏହାର ଉଭୟ ଦେଶ ମଧ୍ୟରେ ପ୍ରମୁଖ ବ୍ୟବସାୟିକ ସୀମା ଅଟେ ।