ଦକ୍ଷିଣ ଚୀନ ସାଗରରେ ଉତେଜନା । ଆମେରିକା ଯୁଦ୍ଧପୋତକୁ ଘଉଡାଇଲା ଚାଇନା

132

କନକ ବ୍ୟୁରୋ : ଦୁନିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ମଧ୍ୟରେ ନୂଆ ବିବାଦ ଦେଖାଦେଇଛି । ଆମେରିକା ବିନା ଅନୁମତିରେ ଦକ୍ଷିଣ ଚୀନ ସାଗର ନିଜର ଯୁଦ୍ଧପୋତ ଅନୁପ୍ରବେଶ କରିଥିବା ଚୀନ ଅଭିଯୋଗ କରିଛି । ଏହି ଶକ୍ତିଶାଳୀ ମିସାଇଲ ଭର୍ତି ଯୁଦ୍ଧପୋତ ଦକ୍ଷିଣ ଚୀନ ସାଗରର ପେରାସେଲ ଦ୍ୱୀପ ନିକଟରେ ପହଁଚିଥିିବା ଡ୍ରାଗନ ଅଭିଯୋଗ କରିବା ସହ ଏହାକୁ ଏଡାଇ ଦେଇଥିବା କହିଛି । ମିସାଇଲ ଗାଇଡେଡ ଯୁଦ୍ଧପୋତକୁ କିଭଳି ଆମେରିକା ବିନା ଅନୁମତିରେ ଅନୁପ୍ରବେଶ କରାଇଲା ବୋଲି ପ୍ରଶ୍ନ କରିଛି ଚୀନ । ଏଭଳି ଘଟଣା ଜଳସୀମାର ନିୟମର ଉଲଙ୍ଘନ, ଶାନ୍ତି, ସ୍ଥିରତା ବିରୋଧୀ ବୋଲି ଡ୍ରାଗନ କହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ଚୀନ ସାଗରେ ହାଇଆର୍ଲଟ ଜାରି କରାଯାଇଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । । ଦକ୍ଷିଣ ଚୀନ ସାଗର ଉପରେ ଚୀନ ନିଜର ଦବଦବା ଜାହିର କରୁଛି କିନ୍ତୁ ଅନ୍ୟ ଛୋଟ ଦେଶ ତାଇୱାନ, ଫିଲିଫିନ୍ସ, ଭିଏତନାମା, ଓ ଜାପାନ ମଧ୍ୟ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି ।