କନକ ବ୍ୟୁରୋ : କେନ୍ଦୁଝର ପାଟଣା ବ୍ଲକ ଅଙ୍କୁରା ଗାଁରେ କ୍ରସରରେ ବ୍ଲାଷ୍ଟିଂ ବେଳେ ଅଘଟଣ । ଘର ଉପରକୁ ଛିଟକି ପଡିଲା ପଥର ଖଣ୍ଡ । ଜଣଙ୍କର ଘର ଭାଙ୍ଗିଯିବା ସହ ୫ ଜଣଙ୍କ ଘରର କାନ୍ଥ ଫାଟି ଯାଇଛି । ପଥର ଖଣ୍ଡ ନିକଟରେ ଥିବା ସ୍କୁଲରେ ମଧ୍ୟ ପଡୁଛି । ଯାହାକୁ ନେଇ ଅଙ୍କୁରା ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି ।

Advertisment

ଦୁର୍ଗା କନଷ୍ଟ୍ରକ୍ସନ୍ କ୍ରସରର ୨ ଜଣ କର୍ମଚାରୀଙ୍କୁ ଗାଁଲୋକେ ଅଟକ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । କ୍ଷତିଗ୍ରସ୍ତଙ୍କୁ ସହାୟତା ସହ କ୍ରସର ବନ୍ଦ ପାଇଁ ଦାବି କରିଛନ୍ତି ଗାଁଲୋକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଛାଡିବେ ନାହିଁ ବୋଲି କହିଛନ୍ତି ଗାଁଲୋକ । ଗାଁରେ ଉତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।