କନକ ବ୍ୟୁରୋ: ମତଦାନ ବେଳେ ଉତେଜନା ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ପୋଖରୀ ଗାଁରେ ଥିବା ବିଭିନ୍ନ ବୁଥରେ ବୁଥ୍ ଜବରଦଖଲ ଅଭିଯୋଗ ହୋଇଛି । ଭୋଟ ବାକ୍ସ ଲୁଟ୍କୁ ନେଇ ଉତେଜନା ପ୍ରକାଶ ପାଇବା ସହ ଟାୟାର ଜାଳି ଲୋକେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସକାଳ ୯ଟା ପର୍ଯ୍ୟନ୍ତ ସବୁ ବୁଥରେ ମତଦାନ ଠିକ ଠାକ୍ ଚାଲିଥିଲା । ହେଲେ ପୋଖରୀ ଗାଁ ପଂଚାୟତରେ କିଛି ଦୁର୍ବୃତ ହଠାତ୍ ବୁଥରେ ପଶି ଏଜେଂଟ ମାନଙ୍କୁ ମାଡ଼ ମାରିବା ସହ ବାଲାଟ ବକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ ।
ଏହାକୁ ବିରୋଧ କରି ପୋଖରୀ ଗାଁ ଲୋକେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପିଡ଼ିଡ଼ିଆଡି, ନିଆଳି ତହସିଲଦାର, ଥାନା ଅଧିକାରୀ ପହଂଚି ଲୋକମାନଙ୍କଚ ବୁଝାସୁଝା କରିଥିଲେ । ହେଲେ ଲୋକମାନେ ତାଙ୍କ କଥା ବୁଝିବା ପରିବର୍ତେ ସେମାନଙ୍କୁ ଅଟକ ରଖିଥିଲେ ଲୋକେ । ପୋଖରୀ ଗାଁରେ ପୁନଃ ମତଦାନ ନିମନ୍ତେ ଗ୍ରାମବାସୀ ଦାବି କରିବା ସହ ଦୁର୍ବୃତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇର୍ ଦାବି କରିଛନ୍ତି । ଦୀର୍ଘ ୩ ଘଂଟା ଧରି ଅଧିକାରୀ ମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବୁଝାସୁଝା ପରେ ରାସ୍ତାରୋକରୁ ହଟିଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/6-30.jpg)