ବଢୁଛି କଙ୍ଗନା ରଣାୱତ ଓ ମହାରାଷ୍ଟ ସରକାର ମଧ୍ୟରେ ବିବାଦ : ଟ୍ୱିଟରରେ ସେୟାର କଲେ ବାଲା ସାହେବଙ୍କ ଭିଡିଓ; କହିଲେ, ସେ ଥିଲେ ଆଦର୍ଶ

Advertisment
ବଢୁଛି କଙ୍ଗନା ରଣାୱତ ଓ ମହାରାଷ୍ଟ ସରକାର ମଧ୍ୟରେ ବିବାଦ : ଟ୍ୱିଟରରେ ସେୟାର କଲେ ବାଲା ସାହେବଙ୍କ ଭିଡିଓ; କହିଲେ, ସେ ଥିଲେ ଆଦର୍ଶ

କନକ ବ୍ୟୁରୋ : ବଢୁଛି କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ । ଏ ନେଇ ଟ୍ୱିଟର ଯୁଦ୍ଧ ଜାରି ରହିଛି । ଆଜି ଟ୍ୱିଟରରେ ବାଲା ସାହେବଙ୍କ ଏକ ଭିଡିଓ ସେୟାର କରିଛନ୍ତି କଙ୍ଗନା । ଏଥିରେ ସେ ଲେଖିଛନ୍ତି, ବାଲା ସାହେବ ତାଙ୍କର ଆଦର୍ଶ ଥିଲେ ।ସେ ଡରୁଥିଲେ ଶିବସେନା ଦିନେ ମେଂଟ କରି କଂଗ୍ରେସ ହୋଇଯିବ । ତେବେ ଆଜିର ଦିନରେ ସେ କଣ ଭାବୁଥିବେ ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନ । ସୋନିଆ ଗାନ୍ଧିଙ୍କୁ ବି ସମାଲୋଚନା କରିଛନ୍ତି ଏହି ବଲିଉଡ ଅଭିନେତ୍ରୀ । କଙ୍ଗନା କହିଛନ୍ତି, ମହାରଷ୍ଟ୍ର ସରକାର ତାଙ୍କ ସହ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ସେଥିରେ ସୋନିଆ ଦୁଃଖିତ ନୁହନ୍ତି କି ।publive-image

ନିଜର ଦଳୀୟ କର୍ମକର୍ତାଙ୍କୁ ସମ୍ବିଧାନର ପଦମର୍ଯ୍ୟାଦା ରଖିବା ପାଇଁ ସେ କଣ କହିପାରିବେନି କି ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା । ମୁମ୍ବାଇରେ କଙ୍ଗନାଙ୍କ ଘର ଭଙ୍ଗାଯିବା ପରେ ଉଦ୍ଧବଙ୍କୁ ସମାଲୋଚନା କରିଥିଲେ ଅଭିନେତ୍ରୀ । ଏହା ପରେ ବମ୍ବେ ହାଇକୋର୍ଟ ଘରଭଙ୍ଗା ଉପରେ ରହିତାଦେଶ ଜାରି କରିଛନ୍ତି । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe