ପାରାଦୀପ ଇଫିକୋ ସାର କାରଖାନା ଆଗରେ ଉତେଜନା । ରାସ୍ତାକୁ ଓହ୍ଲାଇଲେ ଟ୍ରକ ମାଲିକ ସଂଘ : ଜିପସମ ପରିବହନରୁ ବାଦ ପଡିବା ପରେ ବିବାଦ

230

କନକ ବ୍ୟୁରୋ : ପାରାଦୀପରେ ଇଫକୋ ସାର କାରଖାନା ଆଗରେ ଉତେଜନା । ଜିପସମ୍ ପରିବହନକୁ ନେଇ ବିବାଦ ଦେଖା ଦେବା ପରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ । ଜିପସମ୍ ପରିବହନର କାର୍ଯ୍ୟାଦେଶ ପାଇଥିବା ସଂସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଶତାଧିକ ଟ୍ରକ ମାଲିକ । ଇଫକୋ ସାର କାରଖାନା ଫାଟକ ଆଗରେ ପ୍ରତିବାଦ କରିବା ପରେ ଉତେଜନା ପରିସ୍ଥିତି ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପ୍ରତିବାଦ ସମୟରେ କୋଭିଡ୍ କଟକଣାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି ।ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛି ଆଗରୁ ସଂଘର ଶହ ଶହ ଟ୍ରକ କାରଖାନା ସାମଗ୍ରୀ ପରିବହନରେ ଲାଗୁଥିଲା । କିନ୍ତୁ ଚଂଚକତା କରି ଇଫକୋ କମ୍ପାନୀ ନିରାକାର କନଷ୍ଟ୍ରକସନ୍କୁ କାର୍ଯ୍ୟାଦେଶ ଦେବା ପରେ ଏପରି ସ୍ଥିତି ଦେଖା ଦେଇଛି । କମ୍ପାନୀ ସଂଘର ଗାଡିକୁ ପରିବହନ ଅନୁମତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପାରାଦୀପ ମିଳିତ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି । ସେପଟେ ମିଳିତ ଟ୍ରକ୍ ମାଲିକ ସଂଘ ପାରାଦୀପରେ ଶିଳ୍ପ ସଂସ୍ଥା ଗୁଡିକୁ ବ୍ଲାକମେଲ୍ କରୁଥିବା ପାଲଟା ଅଭିଯୋଗ ଆଣିଛି ।