କନକ ବ୍ୟୁରୋ : ବୋର୍ଡର ଉପରେ ଚାଳକ ବିହୀନ ବିମାନ । ଭାରତ-ପାକିସ୍ତାନ ସୀମାରେ ୟୁଏଭି ବା ଚାଳକ ବିହୀନ ବିମାନ ଦେଖାଯାଇଥିବା ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି । ଏନେଇ ଇଣ୍ଡିଆନ ଡିଫେନ୍ସ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇଛି । ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନର ଆକ୍ରମଣ ଆଶଙ୍କା ରହିଛି । ଭାରତ-ପାକ୍ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ସହ ସୀମାରେ ଆର୍ମି ଓ ବିଏସ୍ଏଫ୍ କଡା ପହରା ଦେଉଥିବା ବିଏସ୍ଏଫ୍ ଡାଇରେକ୍ଟର ଜେନେରାଲ କହିଛନ୍ତି ।
ସୀମାର ୧୦୦ମିଟର ପର୍ଯ୍ୟନ୍ତ ଏକ ଚାଳକ ବିହୀନ ବିମାନ ଦେଖିବାକୁ ମିଳିଛି । ଭାରତୀୟ ସେନାର ପ୍ରସ୍ତୁତି ଉପରେ ନଜର ପକାଇବା ପାଇଁ ବୋଧହୁଏ ଏହି ୟୁଏଭିକୁ ପାକିସ୍ତାନ ପଠାଇଥିଲା ବୋଲି ବିଏସ୍ଏଫ୍ ଡିଜି କେ.କେ. ଶର୍ମା କହିଛନ୍ତି ।
କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି ଓ କଡା ଜବାବ ଦିଆଯିବ ବୋଲି ମଧ୍ୟ ବିଏସ୍ଏଫ୍ ଡିଜି କହିଛନ୍ତି । ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ ଅପରେସନ୍ ପରେ ସୀମାରେ ଅଶାନ୍ତି ଲାଗିରହିଛି । ପାକିସ୍ତାନ ପକ୍ଷରୁ ଆକ୍ରମଣ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-05-14h10m59s292.png)