କନକ ବ୍ୟୁରୋ: ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଚାପା ଉତ୍ତେଜନା । ୧୪୪ ଧାରା ଲାଗୁ ହେବା ପରେ ସହରର ପଇଁତରା ମାରୁଛି ପୁଲିସ୍ । ପାର୍ବଣରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ତୀବ୍ର ଉତେଜନା ଦେଖାଦେଇଛି । ଅଘଟଣ ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସୁରକ୍ଷାମୂଳକ ପଦକ୍ଷେପ ନେଇଛି ପ୍ରଶାସନ ।
ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ବଙ୍ଗୋମୁଣ୍ଡାରେ ୧୪୪ ଧାରା ଜାରି କରାଯାଇଛି । ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଉପ-ଜିଲ୍ଲାପାଳ । ତିନି ଦିନ ତଳେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟର ବିବାଦ ସୃଷ୍ଟି ହୋଇଥିଲା । ଏହାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀର ୫ ଜଣଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଗୋଷ୍ଠୀର ସଦସ୍ୟ । ଯାହାକୁ ନେଇ ବିବାଦ ଆହୁରି ବଢ଼ିଥିଲା । ଗତକାଲି ଗୋଟିଏ ଗୋଷ୍ଠୀର ଲୋକମାନେ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/11-29.jpg)