ଅଙ୍ଗନୱାଡିରେ ହେଲ୍ପର ନିଯୁକ୍ତିକୁ ନେଇ ଉତ୍ତେଜନା । ଅନ୍ୟ ଗାଁ ଲୋକଙ୍କ ନିଯୁକ୍ତିକୁ ବିରୋଧ ।

126

କନକ ବ୍ୟୁରୋ: ଅଙ୍ଗନୱାଡିରେ ନିଜ ଗାଁ ବଦଳରେ ଅନ୍ୟ ଗାଁରୁ ହେଲ୍ପର ନିଯୁକ୍ତିକୁ ନେଇ ଉତେଜନା । ବିରୋଧ କଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହ୍ୱିରୋଡ଼ ପଂଚାୟତ ବୁରୁଗିଭୂଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମବାସୀ ଦାବି କରିଛନ୍ତି ଯେ ସେମାନଙ୍କ ଗାଁରୁ ହିଁ ଅଙ୍ଗନୱାଡିର ହେଲପର୍ ପାଇଁ ନିଯୁକ୍ତି ଦିଆଯାଉ । ଅନ୍ୟ ଗାଁରୁ ନିଯୁକ୍ତି ହେଲେ ସେମାନେ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡିବେ ନାହିଁ । ବିବାଦ ଯୋଗୁଁ ଗତ ଦୁଇମାସ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଅଛି । ତେବେ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କଙ୍କଡାହାଡ଼ ସିଡିପିଓ କବିତା ଦାସ । କିନ୍ତୁ ଗ୍ରାମବାସୀ ସେମାନଙ୍କ ଜିଦ୍ରେ ଅଟଳ ରହିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଗାଁ ଲୋକମାନେ ଚେତାବନୀ ଦେଇଛନ୍ତି ।