ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଉତ୍ତେଜନା । ଭୁଲ ଚିକିତ୍ସା ପାଇଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକ, ପୋଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ ।

123

କନକ ବ୍ୟୁରୋ :  ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତେଜନା । ଭୁଲ ଚିକିତ୍ସା  ପାଇଁ ଡାକ୍ତରଖାନାରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମେଣ୍ଢାଶାଳ ଗ୍ରାମବାସୀ ।

ଗତକାଲି ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଖାନାରେ ମହିଳାଙ୍କୁ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ଇଂଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ବିବାହର ମାତ୍ର ୧୨ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଅଧିକ ଉତେଜନା ଦେଖା ଦେଇଥିଲା ।  ମୃତ୍ୟୁର କାରଣ ନେଇ ପଚାରିବାରୁ , ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲର ସିକୁରିଟି ଅଫିସର ମାଡ ମାରିଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବାକୁ ନୟାପଲ୍ଲୀ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ହସ୍ପିଟାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକ, କିଛି ଦିନ ତଳେ  ବରମୁଣ୍ଡା ଅଂଚଳରେ ବିବାହ କରିଥିଲେ ।