କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଲାଠି ଚାର୍ଜ । ଛାତ୍ର କଂଗ୍ରେସ କର୍ମୀମାନେ ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା କରିବାରୁ ପୋଲିସ ଲାଠି ମାଡ଼ କରିଥିବା ସୂଚନା ମିଳିଛି । ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଅନଲାଇନ ପରୀକ୍ଷା ପାଇଁ ଦାବି କରି, ଏମିତି ହଙ୍ଗାମା କରିଥିବା ଜଣାପଡ଼ିଛି । ତେବେ ଆନ୍ଦୋଳନ ତୀବ୍ର ରୂପ ନେବାପରେ ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ହେବାରୁ ପୋଲିସ ଲାଠି ଚାର୍ଜ କରିଥିବା ସୂଚନା ମିଳୁଛି ।

Advertisment