ରାଉରକେଲା ଝିରିପାଣି ଥାନାରେ ଚାପା ଉତ୍ତେଜନା । ମୃତଦେହ ରଖି କ୍ଷତିପୂରଣ ଦାବି କଲେ ପରିବାର ଲୋକ ।

61

କନକ ବ୍ୟୁରୋ: ରାଉରକେଲାର ସେକ୍ଟର-୨୦ ବସ୍ତିରେ ପ୍ରାଣାନ୍ତକ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବସ୍ତି ବାସିନ୍ଦା ଥାନାରେ ଶବ ରଖି ଧାରଣରେ ବସିଛନ୍ତି । ଏହାକୁ ନେଇ ଝିରିପାଣି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରି ଦୁଇ ଦିନ ପୂର୍ବରୁ କୋର୍ଟ ଚାଲାଣ କରିଥିଲା ।

ମିଳିଥିବା ସୂଚନା ମୁତାବକ ଗତ ଚାରି ଦିନ ତଳେ ବୈକୁଣ୍ଠ ଘାଟ ବସ୍ତିରେ ଆରଏସି ଜାଗାକୁ କେନ୍ଦ୍ର କରି ମାରପିଟ ହୋଇଥିଲା । କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ବସ୍ତି ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଯୁବକଙ୍କ ଶବକୁ କଟକରୁ ସିଧାସଳଖ ଝିରିପାଣି ଥାନାକୁ ଆଣି ନେଇଆସିଥିଲେ ।