ବାଲେଶ୍ୱରରେ ଉଗ୍ରରୂପ ନେଲା ଗାଁ ବିବାଦ ! ଆକ୍ରମଣରେ ଜଣକର ମୃତ ପରେ ସ୍ଥାନୀୟ ଅଂଚଳରେ ଉତେଜନା,ରାସ୍ତାରୋକ

Advertisment
ବାଲେଶ୍ୱରରେ ଉଗ୍ରରୂପ ନେଲା ଗାଁ ବିବାଦ ! ଆକ୍ରମଣରେ ଜଣକର ମୃତ ପରେ ସ୍ଥାନୀୟ ଅଂଚଳରେ ଉତେଜନା,ରାସ୍ତାରୋକ

କନକ ବ୍ୟୁରୋ : ୬ ମାସ ଧରି ଦୁଇ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଉଗ୍ର ରୂପ ନେଇଛି । ଗବ ଗାଁର ଦୁଇ ଯୁବକଙ୍କ ଉପରେ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା । ଉଭୟକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ପୁରୁଣା ବାଲେଶ୍ୱର ଓ ବଡଖୁଆରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ଫଳରେ ସ୍ଥାନୀୟ ଅଂଚଳରେ ଉତେନଜା ଦେଖାଦେଇଛି । ପୁଲିସ ୧୪୪ ଧାରା ଜାରି କରିଛି । ଗତାକାଲି ୪ ରୁ ୫ ଜଣ ଯୁବକ କଙ୍କୁରୀରେ ମରଣାନ୍ତକ ଆକ୍ରମଣ କରିବା ପରେ ଗବ ଗାଁର ଜୟନ୍ତ ଓ ପପୁ ଗୁରତର ହୋଇପଡିଥିଲେ । ପୁଲିସ ଘଟଣାର କୌଣସି ସମାଧାନ କରିନଥିବାରୁ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe