କନକ ବ୍ୟୁରୋ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଉତେଜନାମୂଳକ ପରିସ୍ଥିତି ଦେଖାଦେଇଛି । କ୍ଷତିପୁରଣ ଦାବିରେ ଟାୟାର ଜାଳି ରାସ୍ତାରୋକ୍ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ । ଘଟଣା ସ୍ଥଳରେ କମର୍ଦା ପୋଲିସ ପହଂଚି ୫ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁସାରେ ଭୋଗରାଇ ବ୍ଲକ ନହରା ଗାଁର ଖଗେନ୍ଦ୍ର ଭୂୟାଁ ସକାଳୁ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଅଭିମୁଖେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ବେଳେ ୫ଜଣ ଶ୍ରମିକଙ୍କୁ ଅଟକ ରଖିଛି ପୋଲିସ ।