କନକ ବ୍ୟୁରୋ : ଦ୍ରୁତ ଗତିରେ ବାଇକ ଚଳାଇବା ମହଙ୍ଗା ପଡିଲା । ଗଞ୍ଜାମ ପୋଲସରା ଥାନା ଚଢିଆପଦା ଗାଁରେ ବାଇକ ଦ୍ରୁତ ଗତିରେ ଚଲାଇବାକୁ ନେଇ ବଡ ବିବାଦ ଦେଖାଦେଇଛି । ସାହି ଭିତରେ ବାଇକ ଦ୍ରୁତ ଗତିରେ ଗଲାବେଳେ କୁକୁଡା ଉପରେ ମାଡି ଯାଇଥିଲା ଯାହାକୁ ନେଇ ଗଣ୍ଡଗୋଳ ହୋଇଛି । ବାଇକ ଚାଳକ ଓ କୁକୁଡା ମାଲିକ ମଧ୍ୟରେ ବଚସା ହେବା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ । ପରେ ଏଥିରେ କିଛି ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ । ଯେଉଁଥିପାଇଁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ଠେଙ୍ଗା ଓ ଖଣ୍ଡାରେ ପରସ୍ପରକୁ ଆକ୍ରମଣ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us