କୁକୁଡା ଉପରେ ଗାଡି ଚଢିଗଲା ବୋଲି… । ଠେଙ୍ଗା ଉଠିଲା, ଖଣ୍ଡା ବୁଲିଲା । 

331

କନକ ବ୍ୟୁରୋ : ଦ୍ରୁତ ଗତିରେ ବାଇକ ଚଳାଇବା ମହଙ୍ଗା ପଡିଲା ।  ଗଞ୍ଜାମ ପୋଲସରା ଥାନା ଚଢିଆପଦା ଗାଁରେ ବାଇକ ଦ୍ରୁତ ଗତିରେ ଚଲାଇବାକୁ ନେଇ ବଡ ବିବାଦ ଦେଖାଦେଇଛି । ସାହି ଭିତରେ ବାଇକ ଦ୍ରୁତ ଗତିରେ ଗଲାବେଳେ କୁକୁଡା ଉପରେ ମାଡି ଯାଇଥିଲା ଯାହାକୁ ନେଇ ଗଣ୍ଡଗୋଳ ହୋଇଛି । ବାଇକ ଚାଳକ ଓ କୁକୁଡା ମାଲିକ ମଧ୍ୟରେ ବଚସା ହେବା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ । ପରେ ଏଥିରେ କିଛି ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ । ଯେଉଁଥିପାଇଁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ଠେଙ୍ଗା ଓ ଖଣ୍ଡାରେ ପରସ୍ପରକୁ ଆକ୍ରମଣ କରିଥିଲେ ।

ଆଉ ଏହି ମାରପିଟରେ୪ ଜଣ ଆହତ ହୋଇଛନ୍ତି ।  ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ଅଛନ୍ତି ।ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ସେଠାରେ କାହାରିକୁ ପାଇନାହିଁ । ତେବେ ଏହି ଘଟଣାକୁ ନେଇ ଥାନାରେ ଏଯାଏଁ ମାମଲା ରୁଜୁ ହୋଇନାହିଁ ।