କନକ ବ୍ୟୁରୋ: ଶିବସେନାର ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ଭିତରେ ବଡ଼ ନିଷ୍ପତି ନେଇଥିଲା ନିର୍ବାଚନ କମିଶନ । ଶିବସେନାର ଦଳୀୟ ଚିହ୍ନ ଧନୁ-ତୀର ଚିହ୍ନ ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ଏହାରି ଭିତରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ଉଦ୍ଧବ ଗୋଷ୍ଠୀ । ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ସହ ଉଦ୍ଧବ ଗୋଷ୍ଠୀ ତରଫରୁ କୁହାଯାଇଛି କି ନିବାଚନ ଆୟୋଗ କିଛି ନ ଭାବି ତରବରିଆ ଭାବେ ଏପରି ନିଷ୍ପତି ନେଇଛି । ରବିବାର ଠାକରେ କ୍ୟାମ୍ପ ଇଲେକସନ କମିସନ ନିକଟରେ ୩ଟି ଚିହ୍ନ ଯଥାକ୍ରମେ ଉଦିତ ସୂର୍ଯ୍ୟ, ଟର୍ଚ୍ଚ, ତ୍ରିଶୁଳ ଚିହ୍ନ ଓ ଦଳୀୟ ନାଁ ପାଇଁ କିଛି ନାଁକୁ ଦାଖଲ କରିଥିଲା । ସେହିପରି ନିର୍ବାଚନ କମିଶନ ତରଫରୁ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଙ୍କୁ ସୋମବାର ସୁଦ୍ଧା ନିଜ ଦଳୀୟ ନାଁ ଓ ଚିହ୍ନ ଦାଖଲ ନେଇ କୁହାଯାଇଥିଲା । ଏବେ କିନ୍ତୁ ଇଲେକସନ କମିଶନର ନିଷ୍ପତିକୁ ନାପସନ୍ଦ କରିଛନ୍ତି ଉଦ୍ଧବ ଗୋଷ୍ଠୀ ।
ଦଳୀୟ ଚିହ୍ନ ଉପରେ ଦାବି ଜଣାଇ ଉଦ୍ଧବ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଟଣାଓଟରା । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଉଦ୍ଧବ ଗୋଷ୍ଠୀ
/kanak/media/post_attachments/wp-content/uploads/2022/10/RAGHUNATH-KUCHIKS-BOOK-CHRONICLES-THE-JOURNEY-OF-SHIV-SENA.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)