ଚୌକି ପାଇଁ ଦୁଇ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା : ବଦଳିପରେ ବି ଚୌକି ଛାଡୁ ନାହାନ୍ତି ଅଧିକାରୀ ; ଢେଙ୍କାନାଳ ସମାଜ ମଙ୍ଗଳ ଅଫିସରେ ବିବାଦ 

404

କନକ ବ୍ୟୁରୋ : ଚୌକି ପାଇଁ ଦୁଇ ମହିଳା ଅଧିକାରୀଙ୍କ ଭିତରେ ଟଣାଓଟରା । ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ ଅଫିସ ଅଧିକାରୀ ପଦକୁ ନେଇ ଏବେ ଏପରି ସ୍ଥିତି ଦେଖା ଦେଇଛି । ଗତବର୍ଷ ସେପ୍ଟେମ୍ୱର ମାସରେ ଜୟନ୍ତୀ ବେହେରା ଯୋଗ ଦେଇଥିଲେ । ତାଙ୍କର ଭୁବନେଶ୍ୱର ଏସଆଇଟିକୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ଜ୍ୟୋସ୍ନା ରାୟ ଆସି ଗତ ୨୨ ତାରିଖରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଛୁଟିରୁ ଆସିବା ପରେ ଜୟନ୍ତୀ ବେହେରା ଚୌକିରେ ବସିବା ପରେ ଦେଖା ଦେଇଛି ବିବାଦ ।

ଏବେ ଦୁଇ ଅଧିକାରୀ ଗୋଟିଏ କୋଠରୀରେ ବସି କାମ କରୁଛନ୍ତି । ଜିଲ୍ଲାପାଳଙ୍କୁ ମାମଲା ନେଇ ଜଣାଇ ଦିଆଯାଇଛି । ଜୟନ୍ତୀ ବେହେରା ହାଇକୋର୍ଟଙ୍କ ପାଖରେ ଟ୍ରିବୁନାଲରେ ଅପିଲ କରିଛନ୍ତି । ଏସବୁ ଭିତରେ ଅଫିସର କର୍ମଚାରୀ କେଉଁ ଅଧିକାରୀଙ୍କକଥା ଶୁଣିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।