ବାଣୀବିହାରରେ କୁଳପତିଙ୍କ ଅଫିସ ଆଗରେ ଛାତ୍ରଙ୍କ ଧାରଣା: ଗତକାଲି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

ସେପଟେ ପୁଲିସ କମିସନରଙ୍କୁ ଭେଟିଲେ ଭିସି । ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା

88

କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ।  ସେପଟେ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଅଶାନ୍ତ ଛାତ୍ର । ଗତକାଲି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।  ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେଏବଂ ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।