ଟୋଲଗେଟରେ ଟେନସନ୍ । ଫାସଟ୍ୟାଗ ଲେନକୁ କେନ୍ଦ୍ରକରି ଟାଙ୍ଗୀ ଟୋଲଗେଟରେ ଉତ୍ତେଜନା

350

କନକ ବ୍ୟୁରୋ: ଟାଙ୍ଗୀ ଟୋଲ ଗେଟ ନିକଟରେ ଫାସଟ୍ୟାଗ ଲେନକୁ କେନ୍ଦ୍ର କରି ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ୧୬ ନଂବର ଜାତୀୟ ରାଜପଥ ମଝିରେ ବ୍ୟାରିକେଟ ରଖାଯିବା ଫଳରେ ଜଣେ ବାଇକ ଆରୋହୀ ପିଟି ହୋଇ ଗୁରୁତର ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ଥାନୀୟ ଲୋକେ ଓ ଗାଡିଚାଳକ ମାନେ ଏକ ଘଂଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବା ସହ ବ୍ୟାରିକେଡକୁ ଭାଙ୍ଗିଦେଇଥିଲେ । ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ପହଂଚି ଟାଙ୍ଗୀ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଉତେଜନା କମିଥିଲା । ରାସ୍ତା ଥିବା ବ୍ୟାରେକେଟକୁ ହଟାଇବା ସହ ଏକ ଘଂଟା ଟୋଲ ଫ୍ରି କରିବା ଦ୍ୱାରା ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।