ବାରିପଦା ପିଆରଏମ ମେଡିକାଲ କଲେଜରେ ପୁଣି ଉତ୍ତେଜନା । ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

109

କନକ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପୁଣି ଉତ୍ତେଜନା । ଛାତ୍ରସଂଘ ଏବଂ କଲେଜର ନନ୍ ଟିଚିଂ ଷ୍ଟାଫଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା ହୋଇଛି । କଲେଜର କର୍ମଚାରୀ କିଛି ଅଣଛାତ୍ରଙ୍କୁ ବେଆଇନ ଭାବେ କଲେଜ ଭିତରକୁ ପ୍ରବେଶ କରାଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହି ଗଣ୍ଡଗୋଳ ଘଟଣାରେ ମେଡିକାଲ କଲେଜର ଛାତ୍ର ସଂସଦ ସଭାପତି ଗୁରୁତର ଭାବେ ଆହତ ହୋଇଛନ୍ତି ।