ନିଶାଶକ୍ତ ଯୁବକର ଉନ୍ମତ କାଣ୍ଡ । ଯୁବକକୁ ଗାଁରେ ଗ୍ରାମବାସୀ କଲେ ନାକାବନ୍ଦୀ । ନୀଳଗିରିରେ ଅଭିଯୁକ୍ତ ଯୁବକଙ୍କୁ ଆଣିବାକୁ ଯାଇ ପୁଲିସ ହଟହଟା

ଅଭିଯୁକ୍ତକୁ ଛାଡୁନହାନ୍ତି ଗାଁ ଲୋକେ, ରାସ୍ତା ଅବରୋଧ । ଏ ଯାଏଁ ପଂହଚିନି ପ୍ରଶାସନ, ସଂପୃକ୍ତ ଯୁବକଙ୍କ ନାଁରେ ରହିଛି ଅନେକ ମାମଲା

220

କନକ ବ୍ୟୁରୋ: ନିଶାଶକ୍ତ ଯୁବକର ଉନ୍ମତ କାଣ୍ଡ । ଯୁବକକୁ ଗାଁରେ ଗ୍ରାମବାସୀ କଲେ ନାକାବନ୍ଦୀ । ଘଟଣା ସ୍ଥଳରେ ପହଁଚି ଯୁବକକୁ ଧରିବାକୁ ପୋଲିସ ହେଲା ହଟହଟା । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିଶ୍ଚଳପୁର ଗାଁରେ । ରାଜା ଦଳେଇ ନାମକ ଜଣେ ଯୁବକ ମଦ୍ୟପାନ କରି ଗାଁରେ ମାରଣାସ୍ତ୍ର ଧରି ବୁଲିବା ସହ ଲୋକଙ୍କୁ ଭୟଭୀତ କରିଥିଲା । ଏହି ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଗାଁ ଲୋକେ । ଶତାଧିକ ଗ୍ରାମବାସୀ ଏକାଠି ହୋଇ ମଦ୍ୟପାନ କରିଥିବା ଯୁବକକୁ ଧରି ଗୋଟେ ଘରେ ଅଟକ ରଖିଛନ୍ତି । ଖବର ପାଇ ନୀଳଗିରି ପୋଲିସ ପହଁଚି ମଦ୍ୟପାନ କରି ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଯୁବକକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା ।

ଏତିକି ବେଳେ ପୋଲିସକୁ ଶତାଧିକ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଅଭିଯୁକ୍ତ ଯୁବକ ନାଁରେ ଏକାଧିକ ମାମଲା ରହିଥିବାରୁ ଲୋକେ ତାକୁ ପୋଲିସକୁ ହସ୍ତାନ୍ତର କରିବାକୁ ରାଜି ହେଉନାହାନ୍ତି । ଯୁବକର ଆକ୍ରମଣରେ ଜଣେ ଆହତ ହୋଇଛି । ବନ୍ଦ ଘରେ ତାଲା ପକାଇ ଅଭିଯୁକ୍ତକୁ ରଖିଥିବାରୁ ଉଦ୍ଧାର ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡିଛି । ଏହାକୁ ନେଇ ଗାଁରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯୁବକକୁ ଅଟକ ରଖିବା ସହ ସ୍ଥାନୀୟ ଲୋକେ ସନ୍ତରାଗଡିଆ ରାସ୍ତା ଅବରୋଧ କରିଛନ୍ତି । ଗାଁରେ ଉତେଜନା ଦେଖା ଦେଇଛି । ଗାଁରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।