କୋଣାର୍କ ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କଲେଜରେ ଉତ୍ତେଜନା; ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ରୁମରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସେପଟେ, ବିଭିନ୍ନ ସମସ୍ୟାକୁ ନେଇ ମାହାଙ୍ଗା ପୁଷ୍କଗିରି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

204

କନକ ବ୍ୟୁରୋ: କୋଣାର୍କ ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କଲେଜରେ ଉତେଜନା । ୧୦ରୁ ଅଧିକ ଅଧାପକ ଓ ଅଧ୍ୟାପିକାଙ୍କୁ ଷ୍ଟାଫରୁମରେ ତାଲା ପକାଇଲେ ଛାତ୍ରଛାତ୍ରୀ । ମୁଖ୍ୟଫାଟକରେ ଧାରଣା ଦେବା ସହ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସେପଟେ, ବିଭିନ୍ନ ସମସ୍ୟାକୁ ନେଇ ମାହାଙ୍ଗା ପୁଷ୍କଗିରି ମହାବିଦ୍ୟାଳୟରେ ଲାଗି ରହିଛି ଛାତ୍ର ଅଶାନ୍ତି । ଏପରକି ଗତ ୯ ତାରିଖରେ ପରୀକ୍ଷା ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୁକ୍ତ ୩ର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣରେ ବସିଥିଲେ । ଛାତ୍ରଛାତ୍ରୀ ଅଭିଯୋଗ କରିିଥିଲେ ଅନ୍ୟ କଲେଜ ଅପେକ୍ଷା ଏହି କଲେଜରେ ଅଧିକ ପରୀକ୍ଷା ଫି ନିଆଯାଉଛି । ପରେ କଲେଜ ଅଧ୍ୟକ୍ଷ ପିଲାମାନଙ୍କ ସହ ଆଲୋଚନ କରି ଗାଇଡ଼ଲାଇନ ଦେଖାଇଥିଲେ ।

ଅଧ୍ୟକ୍ଷଙ୍କ କଥାରେ ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ସହିତ କଲେଜର ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଆର୍ଥିକ ସମସ୍ୟା ଦେଖା ଦେଇଛି । ଫଳରେ କୌଣସି କାର୍ଯ୍ୟକ୍ରମ ହୋଇପାରୁନି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଲାଗି ରହିଛି । ସେପଟେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଏନେଇ ଆଲୋଚନା ପରେ ସେ କହିଥିଲେ ବିଶ୍ୱବିଦ୍ୟାଳୟ ସହ କଥା ହୋଇ ଯେଉଁ ତ୍ରୁଟି ଥିଲା ସେ ତାହାର ସମାଧାନ କରିଛନ୍ତି । ପିଲାମାନଙ୍କ ଠାରୁ ନିଆଯାଇଥିବା ୧୫୦ଟଙ୍କା ତାଙ୍କର ୨ଟି ସେମିଷ୍ଟାରରରେ ଆଡ଼ଜେଷ୍ଟ କରାଯିବ । ଏହା ସହ କଲେଜରେ ପରୀକ୍ଷା ଫି ବୃଦ୍ଧିକୁ ବାଦ ଦେଇ ଅନ୍ୟସବୁ ସମସ୍ୟା ରହିଥିବା କହିଛନ୍ତି ଛାତ୍ରଛାତ୍ରୀ ।