କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଥିବା କଶ୍ମୀର ଯୁବକଙ୍କୁ ନେଇ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ଏନକାଉଁଟର ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ବର୍ଷା ପାଇଁ କଶ୍ମୀର ଯୁବକଙ୍କୁ ଏକାଠି କରିବାକୁ ପାକିସ୍ତାନ ହ୍ୱାଟସଅପ ଭଳି ସୋସିଆଲ ମିଡିଆକୁ ବ୍ୟବହାର କରୁଛି । ଏହି ସୂଚନା ଦେଇଛନ୍ତି ଜାମ୍ମୁକଶ୍ମୀର ଡିଜିପି ଏସ.ପି. ବୈଦ୍ୟ । ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରିବାକୁ ବହୁ ହ୍ୱାଟସଅପ ଗ୍ରୁପ କରାଯାଇଛି । ଯାହାର ଆଡମିନ୍ ସବୁ ପାକିସ୍ତାନୀ ବୋଲି ଡିଜିପି କହିଛନ୍ତି ।
କଶ୍ମୀରର କୌଣସି ସ୍ଥାନରେ ଏନକାଉଁଟର ଆରମ୍ଭ ହେଲେ ହ୍ୱାଟ୍ସଆପ୍ ଗ୍ରୁପରେ ଏନକାଉଁଟରର ସଠିକ ଲୋକେସନ ଓ ସମୟ ପଠାଯାଇଥାଏ । ପରେ କଶ୍ମୀର ଯୁବକଙ୍କୁ ସେଠାରେ ପହଁଚି ଏନକାଉଁଟରରେ ବାଧା ଦେବାକୁ ନିର୍ଦ୍ଦେଶ ମିଳେ । ଏହି ସ୍ଥିତି ୩ଦିନ ତଳେ ବଡଗାଁଓ ଏନକାଉଁଟରରେ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଜମ୍ମୁକଶ୍ମୀର ଡିଜିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-31-10h19m14s828.png)