ହିଞ୍ଜିଳିର କୋଳିଦାସପୁରରେ ଗାଁ ଲୋକଙ୍କୁ ଅଟକ ନେଇ ତାତିଲେ ଲୋକେ: ଶତାଧିକ ଲୋକଙ୍କ ଥାନା ଘେରାଉ; ବାଲିଘାଟରେ ଗାଡି ପୋଡି ପରେ ପୁଲିସ କରିଥିଲା ଚଢାଉ

269

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ହିଂଜିଳି ଥାନା ଘେରିଲେ ଶତାଧିକ ଲୋକ । ଗାଁରେ ପୋଲିସ ଚଢାଉ ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ଲୋକେ । ଦୀର୍ଘ ଦିନ ଧରି ଏଠାରୁ ବାଲିଚାଲଣ ହେଉଥିବା ବେଳେ କିଛି ଦୁବୃର୍ତ ବାଲି ଗାଡି ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଏନେଇ ପୋଲିସ ଗତକାଲି ରାତିରେ କୋଳିଦାଶପୁର ଗାଁରେ ଚଢାଉ କରି ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି । ଅଟକ ଥିବା ଲୋକଙ୍କୁ ପୋଲିସ ତୁରନ୍ତ ଛାଡି ଦେବାକୁ ଲୋକେ ଦାବି କରିଛନ୍ତି ।