ମଦକୁ ନେଇ ଗୁରୁଡିଝାଟିଆରେ ଉତ୍ତେଜନା । ମଦବେପାରୀ ଗାଳିଗୁଲଜ କରିବାରୁ ତାତିଲେ ଲୋକେ, ସମାଧାନ କରିବାକୁ ଯାଇଥିବା ପୋଲିସକୁ ଅଟକ ରଖିଲେ ମହିଳା

Advertisment
ମଦକୁ ନେଇ ଗୁରୁଡିଝାଟିଆରେ ଉତ୍ତେଜନା । ମଦବେପାରୀ ଗାଳିଗୁଲଜ କରିବାରୁ ତାତିଲେ ଲୋକେ, ସମାଧାନ କରିବାକୁ ଯାଇଥିବା ପୋଲିସକୁ ଅଟକ ରଖିଲେ ମହିଳା

କନକ ବ୍ୟୁରୋ: ମଦବେପାରୀକୁ ଛାଡି ଦେବାରୁ ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗାଁରେ ଗତରାତିରେ ଘଟଣାଟି ଘଟିଥିଲା । ଗାଁରେ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ କରିବା ଓ ମଦ ବେପାରୀକୁ ଗିରଫ କରିବାକୁ ଦୀର୍ଘ ଦିନ ହେବ ମହିଳାମାନେ ଦାବି କରି ଆସୁଥିଲେ ।

publive-image

ସେହି ଅନୁସାରେ ରବିବାର ୪ଜଣ ମଦ ବେପାରୀଙ୍କୁ ଉଠାଇ ଆଣି ତିନି ଜଣଙ୍କୁ ଗିରଫ କରିଥିଲେ ହେଲେ ଜଣଙ୍କୁ ଛାଡିଦେଇଥିଲା ଗୁରୁଡିଝାଡିଆ ପୋଲିସ୍ । ଆଉ ତାପରେ ପୋଲିସ ଛାଡି ଦେଇଥିବା ବେପାରୀ ଜଣଙ୍କ ଗାଁରେ ପୁନର୍ବାର ମଦ ବିକ୍ରି କରିବା ସହ , ଲୋକଙ୍କୁ ଗାଳିଗୁଲଜ କରିଥିଲା । ଏଥିପାଇଁ ଗାାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମାଧାନ କରିବାକୁ ଗାଁରେ ପହଁଚିଥିଲା ପୋଲିସ୍ ଆଉ ଏତିକିବେଳେ ଉତ୍ତେଜିତ ମହିଳାମାନେ ପୋଲିସକୁ ଘେରାଉ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe