କନକ ବ୍ୟୁରୋ: ମତଦାନ ବେଳେ ଜାଲ୍ ଭୋଟକୁ ନେଇ ଉତ୍ତେଜନା । ଜୟପୁର ୨୬ ନମ୍ବର ୱାର୍ଡରେ ଜାଲ୍ ଭୋଟ୍ ନେଇ ଉତ୍ତେଜନା ଦେଖାଦେଇଛି । ଭୋଟରଙ୍କ ବଦଳରେ ଅନ୍ୟଜଣେ ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ କି ଦୁଇଟି ନୁହେଁ ୧୫ରୁ ଅଧିକ ଭୋଟ୍ ଜାଲ୍ ହୋଇଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ଆମ ପ୍ରତିନିଧି ପହଞ୍ଚି ଖବର ପଛର ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ କିନ୍ତୁ ପୋଲିସ୍ ବୁଥ୍ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରିଥିଲା ।
ଏଠି ପ୍ରଶ୍ନ ଉଠୁଛି ଯଦି ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ରହିଛି । ତେବେ କେମିତି ୧୫ରୁ ଅଧିକ ଭୋଟ୍ ଜାଲ୍ ହୋଇଛି ବୋଲି ଅଭିଯୋଗ ଆସୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଗଣତନ୍ତ୍ର ପାଇଁ ଦାଗ ବୋଲି କହିଛନ୍ତି ସ୍ଥାନୀୟ ଭୋଟର ।