ଡାକ୍ତର, ନର୍ସଙ୍କ ଅବହେଳା ଯୋଗୁଁ ଗଲା ପ୍ରସୂତିଙ୍କ ଜୀବନ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ।

318

କନକ ବ୍ୟୁରୋ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ମୁଖ୍ୟ ଚିକିତ୍ସାଳରେ ଉତ୍ତେଜନା । ଆଗରପଡ଼ା ବିରିଡି ଅଞ୍ଚଳର ୨୮ ବର୍ଷୀୟ ମଞ୍ଜୁଲତା ଘଡେଇଙ୍କୁ ଆରଡ଼ି ଛକରେ ଥିବା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତାଙ୍କୁ ଓଟିରେ ଭର୍ତି କରାଇବା ପରେ ବାହାରକୁ ଆଣିଥିଲେ । ଏହା ପରେ ରାତି ୨ଟା ପର୍ଯ୍ୟନ୍ତ କେହି ଡାକ୍ତର ଓ ନର୍ସ ଶୁଣିନଥିଲେ । ମଞ୍ଜୁଲତାଙ୍କୁ ଯନ୍ତ୍ରଣା ହେଉଥିବା ନେଇ ସ୍ୱାମୀ ବାରମ୍ବାର ଗୁହାରି କରିବା ପରେ କଟକ ନେବାକୁ କହିଥିଲେ ଡାକ୍ତର । ପରେ ରାତି ୨ଟା ୩୦ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ଦେଖିବାକୁ ମିଳିଥିଲା । ପୋଲିସ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଛି ।