କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ଭଦ୍ରକ ହସ୍ପିଟାଲ । ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ରାତିରେ ବନ୍ତ ଛକରେ ଥିବା ଏକ ହୋଟେଲ ନିକଟରେ କିଛି ନିଶାଡି ଓ ହୋଟେଲ ମାଲିକଙ୍କ ଭତିରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏହାକୁ କିଛି ଯୁବକ ଅଟକାଉଥିବାରୁ ଉଭୟଙ୍କ ଭିତରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା ।

Advertisment

ଏଥିରେ ୩ ଜଣ ଗୁରୁତର ହେଲେ । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ହସ୍ପିଟାଲରେ ମଧ୍ୟ ଦୁଇ ଗୋଷ୍ଠୀ ପୁଣି ମୁହାଁମହିଁ ହୋଇଥିଲେ । ମେଡିକାଲରେ ଥିବା ପୋଲିସ ଉପସ୍ଥିତିରେ ଠେଲାପେଲା ହୋଇଥିଲେ । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଭଦ୍ରକ ହସ୍ପିଟାଲ । ସିଟି ଡଏସପିଙ୍କ ସମେତ ଟାଉନ୍ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ପୁରୁଣା ବଜାର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ହେଲେ ଉତ୍ତେଜନା କମିବା ବଦଳରେ ଓଲଟି ପୋଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଏବେ ମେଡିକାଲ ପରିସରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ତହସିଲଦାର ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ମାରଣାସ୍ତ୍ର ଆକ୍ରମଣରେ ଆହତ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।