ହେଲମେଟ ଚେକିଂକୁ ନେଇ ଉତ୍ତେଜନା । ପୋଲିସ ଉପରେ ଅମାନିଆ ଯୁବକଙ୍କ ଆକ୍ରମଣ । ଜଳେଶ୍ୱର ଥାନା ସାମ୍ନାରେ ଚେକିଂ ବେଳେ ଦେଖା ଦେଇଥିଲା ଉତ୍ତେଜନା

184

କନକ ବ୍ୟୁରୋ: ହେଲମେଟ ଚେକିଂକୁ ନେଇ ଉତେଜନା । ପୋଲିସ ଉପରେ ଆକ୍ରମଣ କଲେ ଅମାନିଆ ଯୁବକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସାମ୍ନାରେ ଚେକିଂ ବେଳେ ଦେଖା ଦେଇଥିଲା ଉତ୍ତେଜନା । ହେଲମେଟ ଏବଂ ମାକ୍ସ ପିନ୍ଧି ନଥିବା ଅମାନିଆ ଯୁବକଙ୍କ ଦବଙ୍ଗଗିରି । ଚେକିଂ ସମୟରେ କିଛି ଅମାନିଆ ବାଇକ ଚାଳକ ପୋଲିସ ଉପରେ ଦେଖାଇଥିଲେ ଦବଙ୍ଗଗିରି ।

ପୋଲିସ ସହ ଯୁକ୍ତିତର୍କ ପରେ ଆରମ୍ଭ ହୋଇଥିଲା ଧାସ୍ତାଧସ୍ତି । ଅମାନିଆ ଯୁବକଙ୍କ ମଧ୍ୟରୁ ଜଣେ ପୋଲିସ ଉପରେ ଆକ୍ରମଣ ମଧ୍ୟ କରିଥିବା ସୂଚନା ରହିଛି । ଆକ୍ରମଣ କରିଥିବା ୨ ଅମାନିଆ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅମାନିଆ ଯୁବକ ଖସି ପଳାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଜଳେଶ୍ୱର ପୋଲିସ ପକ୍ଷରୁ ୩୨୮ ନମ୍ବର ମାମଲା ରୁଜୁ କରାଯାଇଛି ।