କନକ ବ୍ୟୁରୋ : ଯାଜପୁରରେ ମଧ୍ୟ ଭୋଟ୍ ଦାନ କେନ୍ଦ୍ରରେ ଉତ୍ତେଜନା । ବିଚିତ୍ରପୁର ପଂଚାୟତ ୧୧ ନମ୍ବର ୱାର୍ଡରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଜଣେ ଯୁବକ ବଳପୂର୍ବକ ଭୋଟ୍ କରିବାକୁ ଚାହିଁଥିଲେ । ଏହାକୁ ନେଇ କିଛି ସମୟ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଏହା ପରେ ବୁଥରେ ମତଦାନ ଆରମ୍ଭ ହୋଇଛି ।

Advertisment

ସେପଟେ, ବାଲେଶ୍ୱର ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ୪ ନମ୍ବର ବୁଥ୍ରେ ଉତେଜନା । ଜିଲ୍ଲା ପରିଷଦ ଏଜେଂଟ ବିସିବାକୁ ନଦେବାରୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଉତେଜନା । ଫଳରେ ଅଧ ଘଂଟା ବନ୍ଦ ରହିଥିଲା ମତଦାନ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ମତଦାନ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।