କନକ ବ୍ୟୁରୋ : ଭଦ୍ରକ ଆମ୍ବରୋଳି ପଂଚାୟତରେ ଭୋଟ୍ ଗ୍ରହଣ କେନ୍ଦ୍ରରେ ଉତ୍ତେଜନା । ତଳାଙ୍ଗ ସ୍କୁଲର ୨୪୬୭ ନମ୍ବର ବୁଥରେ ମଦ୍ୟପ ଯୁବକଙ୍କ ଗଣ୍ଡଗୋଳ ଅଭିଯୋଗ । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ, ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି, ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ଯାଏଁ ଚାଲିବ । ଏହି ନିର୍ବାଚନରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/8-22.jpg)