ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାରେ ତେଜିଲା ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି । ଏସପି ଅଫିସ ଘେରିଲା ବିଜେପି, ଉଦବେଗ ପ୍ରକାଶ କଲା କଂଗ୍ରେସ
କନକ ବ୍ୟୁରୋ : ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଗିରଫ ଦାବି ବଢ଼ିବାରେ ଲାଗିଛି । ଗତକାଲି ବିଜେପି ପ୍ରତିନିଧି ଦଳ ସୁଶାନ୍ତଙ୍କ ଗିରଫ ଦାବିରେ ପୋଲିସ ଡିଜିପିଙ୍କୁ ଭେଟି ଦାବି ପତ୍ର ଦେବା ପରେ ଆଜି ବରଗଡ ଜିଲ୍ଲା ବିଜେପି ପକ୍ଷରୁ, ଏସପି ଅଫିସ ଘେରାଉ କରାଯାଇଛି । ସୁଶାନ୍ତଙ୍କ ଗିରଫ ଦାବିରେ ଝାରସୁଗୁଡାରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁଶାନ୍ତଙ୍କ ଗିରଫ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି ମଧ୍ୟ ଥାନାରେ ଭଂଗାରୁଜାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ । ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ଆଇନ ଭିତରେ ଚାଲୁଛି ବୋଲି କହିଛନ୍ତି ।
ଏସବୁ ଭିତରେ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ଯାଇଛି । ବିଧାୟକ ସୁଶାନ୍ତ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଆବେଦନରେ ପୋଲିସ ଡିଜି, ଗୃହ ବିଭାଗ ଓ ବରଗଡ ଏସପିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।