ଅସୁସ୍ଥ ଯୁବକଙ୍କ ମୃତ୍ୟୁ । ଘରୋଇ କ୍ଲିନକ ଭଙ୍ଗାରୁଜା କଲେ ପରିବାର ଲୋକେ

791

କନକ ବ୍ୟୁରୋ : ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଥିବା ବେଳେ ଅସୁସ୍ଥ ଯୁବକଙ୍କ ମୃତ୍ୟୁ । ଉତ୍ୟକ୍ତ ଲୋକେ ସମ୍ବଲପୁର କମଳ ଛକରେ ଥିବା କ୍ଲିନିକର ଭଙ୍ଗାରୁଜା କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ସ୍ଥିତି ନିଅନ୍ତ୍ରଣକୁ ଆସିଥିଲା । ସୁଚନା ଅନୁସାରେ ଗୁରୁବାର କମଳ ଛକ ନିକଟରେ ଥିବା ଡ଼ାକ୍ତର ଅଶୋକ ନନ୍ଦଙ୍କ କ୍ଳିନିକକୁ ଜଣେ ଯୁବକ ଅସୁସ୍ଥତା ଅନୁଭବ କରିବା ପରେ ଚିକିତ୍ସା ପାଇଁ ଆସିଥିଲା । ଡାକ୍ତର ଅସୁସ୍ଥ ଯୁବକକୁ ଚିକିତ୍ସା କରିବା ବେଳେ ପ୍ରଥମେ ସାଲାଇନ ଦେବାସହ ପରେ ଇଞ୍ଜେକ୍ସନ ଦେଇଥିଲେ   । ଏହାପରେ କିନ୍ତୁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଅସୁସ୍ଥ ଯୁବକର ମୃତ୍ୟୁ ଘଟଣା ଜାଣିବା ପରେ ପରିବାର ଲୋକ ପ୍ରତିବାଦ କରିବାରୁ ଡାକ୍ତର ଅଶୋକଙ୍କ ପୁଅ ମହିଳା ମାନଙ୍କ ମାଡ ମାରିଥିବା ଅଭିଯୋଗ ରହିଛି । ପରେ ସ୍ଥାନୀୟ ଲୋକେ ମଧ୍ୟ ଡାକ୍ତର ଅଶୋକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ରହିଛି । ଯୁବକର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଡାକ୍ତର ଅଶୋକ ଓ ତାଙ୍କ ପୁଅକୁ ପୋଲିସ ଅଧିକ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି ।