ଟେନସେନ ବଢାଇଲା ଶେଷ ଦର୍ଶନ : ୧୨ ଦିନ ଆଗରୁ କୋଭିଡ ଟେଷ୍ଟ । ଅନ୍ତିମ ସଂସ୍କାର ପରେ ଆସିଲା ପଜିଟିଭ ରିପୋର୍ଟ । ଶତାଧିକ ଲୋକ କରିଥିଲେ ଶେଷଦର୍ଶନ । ଭଞ୍ଜନଗରରୁ ଆସିଲା ଚିନ୍ତାଜନକ ଖବର

1,756

କନକ ବ୍ୟୁରୋ : ସଂକ୍ରମଣ ଭୟ ବଢାଇଲା ଶବସଂସ୍କାର । ଏଭଳି ଏକ ଘଟଣା ଘଟିଛି ଗଂଜାମ ଭଂଜନଗର ଅଂଚଳରେ । ଉକ୍ତ ଅଂଚଳର ଜଣେ ବନ କର୍ମଚାରୀଙ୍କ ମୃତ୍ୟୁର ପରଦିନ ଆସିଲା କୋଭିଡ ପଜିଟିଭ ରିପୋର୍ଟ । ଫଳରେ ଶବଦାହରେ ଯାଇଥିବା ବହୁତ ଅଧିକାରୀ ଓ ବ୍ୟକ୍ତି ଏବେ ଚିନ୍ତାରେ । ମୃତକଙ୍କ ସଂପର୍କୀୟଙ୍କ କହିବା ଅନୁଯାୟୀ ସାମାନ୍ୟ ଥଣ୍ଡାଜ୍ୱର ପରେ ଭଂଜନଗରରେ ସଂପୃକ୍ତ ବ୍ୟକ୍ତି ସ୍ୱାବ ଟେଷ୍ଟ କରାଯାଇଥିଲା । ପଜିଟିଭ ଆସିଲେ ତାଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା । କିନ୍ତୁ ୨ଦିନ ପରେ କୌଣସି ସୂଚନା ଦେଇନଥିଲେ ମେଡିକାଲ କର୍ତୃପକ୍ଷ । ପୁଣି ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଶରୀରକୁ ଅଣାଯାଇ ଭଂଜନଗରରେ ଶେଷକୃତ୍ୟ କରାଯାଇଥିଲା ।

ଶେଷକୃତ୍ୟରେ ଉପସ୍ଥିତି ଥିଲେ ଆତ୍ମୀୟ ଓ ବନ ବିଭାଗର ବହୁତ ଅଧିକାରୀ । ଶବସକ୍ରାର କରି ଫେରିବା ପରେ ତହସିଲଦାର ନିଜେ ଆସି ମୃତକଙ୍କ ରିପୋର୍ଟ ପଜିଟିଭ ଅଛି ବୋଲି ଜଣାଇଥିଲେ । ଫଳରେ ଏବେ ସକ୍ରାରରେ ଯୋଗ ଦେଇଥିବା ସମସ୍ତଙ୍କ ମନରେ ଭୟ ଖେଳିଯାଇଛି । ୧୨ଦିନ ଆଗରୁ କୋଭିଡ ଟେଷ୍ଟ ହୋଇଥିଲେ ବି ଶବସକ୍ରାର ପରେ ରିପୋର୍ଟ ଆସିବା ମଧ୍ୟ ମେଡିକାଲ କର୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକେଇ ଦେଇଛି ।