ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଚଢ଼ାଉ ସମୟରେ କରିଥିଲା ତୀର ମାଡ

Advertisment
ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଚଢ଼ାଉ ସମୟରେ କରିଥିଲା ତୀର ମାଡ

କନକ ବ୍ୟୁରୋ: ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୟା ମୁଣ୍ଡା ଗିରଫ । ରୟା ମୁଣ୍ଡାକୁ ଗତ ରାତିରେ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗିରଫ କରିବାକୁ ଯାଇଥିବା ସମୟରେ ବି ଅଭିଯୁକ୍ତ ପୋଲିସ ଉପରକୁ ପୁଣି ତୀର ମାଡ କରିଥିଲା । ଏହି ସମୟରେ ଅଳ୍ପକେ ବର୍ତି ଯାଇଥିଲେ ଲହୁଣିପଡା ଥାନା ଆଇଆଇସି । ବେଆଇନ ମଦ ବେପାର କରୁଥିବା ଅଭିଯୋଗ ପାଇବା ପରେ ଗତକାଲି ରୟା ମୁଣ୍ଡାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ଏହି ସମୟରେ ଅଭିଯୁକ୍ତ ରୟା ପୋଲିସ ଉପରକୁ ତୀର ମାଡ କରିଥିଲା । ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରାଙ୍କ ପେଟର ଡାହାଣ ପାଶ୍ୱର୍ରେ ତୀର ପଶି ଯିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ରାଉରକେଲା ହସ୍ପିଟାଲକୁ ନିଆଯାଇ ସେଠାରେ ତୀର କଢ଼ା ଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ଟେନ୍‌ସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ହାଟିଂରେ କିଛି ଲୋକ ଦେଶୀ ମହୁଲି ମଦ ବିକ୍ରି କରୁଥିଲେ। ଫଳରେ ଆଖପାଖ ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ଯୋଗୁଁ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଆଜି ସକାଳେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ସେଠାରେ ପହଞ୍ଚିଥିଲେ। ମଦ ବିକୁଥିବା ଲୋକଙ୍କୁ ମଦ ନ ବିକିବାକୁ ତାଗିଦ କରି ସେ ଫେରି ଯାଇଥିଲେ। ତାପରେ ମଧ୍ୟ ମଦ ବେପାରୀମାନେ ମଦ ବିକ୍ରି କରିବା ଛାଡ଼ି ନ ଥିଲେ।

ସେ ଖବର ପାଇ ଅପରାହ୍ନ ପ୍ରାୟ ସାଢ଼େ ୪ଟା‌ରେ ଶ୍ରୀ ବେହେରାଙ୍କ ନେତୃତ୍ବ ଗଠିତ ସ୍ବତନ୍ତ୍ର ଟିମ୍‌ ସେଠାରେ ଚଢ଼ଉ ଆରମ୍ଭ କରିଥିଲେ। ସେହି ଭିତରେ ହଠାତ୍‌ ଜଣେ ଆଦିବାସୀ ଯୁବକ ଶ୍ରୀ ବେହେରାଙ୍କୁ ତୀର ମାଡ଼ କରିଥିଲେ। ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟେଦ ମୁଜିବୁର ରେହମାନ ଓ ଲହୁଣିପଡା ଥାନା ଅଧିକାରୀ ସନ୍ତୋଷ ଜେନା ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe