ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

95

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଉଛନ୍ତି । ଆଉ ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ସଚିନ ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି ।

ସଚିନ ଏକ ଭିଡ଼ିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ବାଲକୋନୀରେ ତ୍ରିରଙ୍ଗା ଉଡାଉଛନ୍ତି । ଏହାସହ ସଚିନ କହିଛନ୍ତି, ସବୁବେଳେ ମୋ ହୃଦୟରେ ତ୍ରିରଙ୍ଗା ରହିଛି, ଆଜି ମୋ ଘରେ ତ୍ରିରଙ୍ଗା ଉଡିବ । ଆଉ ନିଜ ଘରେ ତ୍ରିରଙ୍ଗା ଲଗାଇବା ପରେ ସଚିନ କହିଛନ୍ତି, ଦିଲରେ ତ୍ରିରଙ୍ଗା, ଘରେ ବି ତ୍ରିରଙ୍ଗା । ଜୟ ହିନ୍ଦ୍ ।

କେବଳ ସଚିନ ନୁହଁନ୍ତିି ବରଂ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇରଫାନ ପଠାନଙ୍କ ସମେତ ଅନ୍ୟ ଖେଳାଳୀ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ତେନ୍ଦୁଲକର ଏକ ପାରିବାରିକ ସମାରୋହରେ ପାରମ୍ପରିକ ପଗଡି ପିନ୍ଧି ନଜର ଆସିଥିଲେ । ଯାହାର ଭିଡ଼ିଓ ବେଶ ଭାଇରାଲ ହୋଇଥିଲା ।