କନକ ବ୍ୟୁରୋ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଇ-ବସ୍ ସେବା । ଶହେ ଟି ସହରରେ ଚାଲିବ ଦଶହଜାର ଇ-ବସ୍ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଥିପାଇଁ ୫୭ହଜାର ୬୧୩ କୋଟି ଟଙ୍କା ବୟଅଟକଳ ହୋଇଛି । ଇଲେକ୍ଟ୍ରୋନିକ୍ ବସ୍ ସେବା ନେଇ କ୍ୟାବିନେଟ୍ରେ ମଂଜୁରୀ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।